Categories: ଜାତୀୟ

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ ଇଡି କେଜ୍‌ରିୱାଲଙ୍କୁ ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ କେନ୍ଦ୍ରୀୟ ଏଜେନ୍ସି ଅଭିଯୋଗ କରିଛି, ଅନେକ ସମନ ଜାରି କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନାହାଁନ୍ତି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ଇଡି କହିଛନ୍ତି, ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫ ଆଇନଗତ ଅଟେ। ଏହି ମାମଲାରେ ପଚରାଉଚରା ପାଇଁ ଆମେ କେଜ୍‌ରିୱାଲଙ୍କୁ ନଅ ସମନ ପଠାଇଥିଲୁ, କିନ୍ତୁ ସେ ଗୋଟିଏ ବି ହାଜର ହୋଇ ନ ଥିଲେ। କେଜ୍‌ରିୱାଲ ଟଙ୍କା ହେରଫେରରେ ଦୋଷୀ।
କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଆହୁରି ମଧ୍ୟ କହିଛି, ଯେକୌଣସି ମନ୍ଦ ଉଦ୍ଦେଶ୍ୟ ହେତୁ କେଜ୍‌ରିୱାଲଙ୍କୁ ଗିରଫ କରାଯାଇ ନାହିଁ। ସମସ୍ତେ ଆଇନ ଆଗରେ ସମାନ। ଏଭଳି ପରିସ୍ଥିତିରେ ଜଣେ ନେତାଙ୍କୁ ଅନ୍ୟ ଅପରାଧୀଙ୍କଠାରୁ ଭିନ୍ନ ବ୍ୟବହାର କରିବା ସମ୍ବିଧାନ ଅଧୀନରେ ନାହିଁ।

Share