Advertisement

ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ଇଡି

କୋଲକାତା,୩୧ା୫: ପଶ୍ଚିମବଙ୍ଗ ରାଶନ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ ପଠାଇଛି। ଜୁନ ୫ ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଋତୁପର୍ଣ୍ଣାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଇଡି ଅଧିକାରୀ କହିଛନ୍ତି, ଏହିଦିନ ଭୋର୍‌ ୫ଟା ସୁଦ୍ଧା ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ।

ସୂଚନାଯୋଗ୍ୟ, ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସ୍କାମରେ ଏହାର ଯାଞ୍ଚ ସମ୍ପର୍କରେ ଋତୁପର୍ଣ୍ଣାଙ୍କୁ ୨୦୧୯ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share