ନୂଆଦିଲ୍ଲୀ,୪।୩: ଇଡ଼ି, ଆୟକର ଏବଂ ସିବିଆଇ ଟିମ୍କୁ ସରକାର ଅଙ୍ଗୁଳିରେ ନଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ବଲିଉଡ୍ରେ ଜାଣିଶୁଣି ଆୟକର ଚଢ଼ାଉ କରାଯାଇଥିବା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଇଡ଼ି, ଆୟକର ଏବଂ ସିବିଆଇ ରହିଛି। ଏସବୁ ବିଭାଗର ଦୂରୁପଯୋଗ ସରକାର କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍ରେ ଆୟକର ଚଢ଼ାଉକୁ ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ, ଶିବସେନା ସମେତ ଅନ୍ୟ ବିରୋଧୀ ଦଳ ନିନ୍ଦା କରିଥିଲେ। ମୋଦି ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଏଭଳି ପ୍ରତିଶୋଧ ନିଆ ଯାଉଥିବା ବିରୋଧୀ କହିଥିଲେ।