ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପଯୋଜକ, ବ୍ୟବସାୟୀ,ପୋଲିସ ଅଧିକାରୀଙ୍କୁ ନିଜ ଜାଲରେ ଫସାଇ ଅର୍ଥ ହଡପ କରିବା ଅଭିଯୋଗରେ ଗିରଫ ହୋଇଥିବା ଦମ୍ପତ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ଜେଲରେ ଅଛନ୍ତି। ବେଆଇନ ଅର୍ଥ କାରବାର ନେଇ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ଏହି ଘଟଣାର ତଦନ୍ତ କରିପାରେ ବୋଲି ସୂଚନା ମିଳିଛି। ଅନ୍ୟପଟେ, ରବିବାର ଜେଲ୍ରେ ୧୫ ମିନିଟ୍ ପାଇଁ ଉଭୟ ଭେଟ ହୋଇଥିଲେ। ଏହି ସମୟରେ ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦି ଥିବା ଜଣାପଡିଛି।