ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌ର ତଥ୍ୟରେ ଇଡି ଅସନ୍ତୁଷ୍ଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ଥିବାବେଳେ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଧିକ ତଦନ୍ତ କରାଯାଉଛି। ବୁଧବାର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଭିଡିଓ କଲ୍‌ ମାଧ୍ୟମରେ କୋର୍ଟଙ୍କ ନିକଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ରକୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ସାଇନ୍ସ ଲାବ (ସିଏଫ୍‌ଏସ୍‌ଏଲ୍‌)କୁ ପଠାଇ ଯାଞ୍ଚ କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି। ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଏହି ଡିଜିଟାଲ ପ୍ରମାଣପତ୍ରର ଯାଞ୍ଚରେ ମିଳିଥିବା ତଥ୍ୟରେ ଇଡି ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ତେଣୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ରେ ଏହି ପ୍ରମାଣପତ୍ରର ଅଧିକ ଯାଞ୍ଚ କରାଗଲେ ବେଆଇନ ଅର୍ଥ କାରବାରକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଇଡି ଆଶା ରଖିଛି। କୋର୍ଟ ଏନେଇ ଇଡିକୁ ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଗାମୀ ୨୪ ତାରିଖରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର କୋର୍ଟଙ୍କ ନିକଟରେ ହାଜର ହେବାର ରହିଛି।

ଗିରଫବେଳେ ଅର୍ଚ୍ଚନାଙ୍କ ଘରୁ ୪ରୁ ଅଧିକ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌ ଓ ଖଗେଶ୍ୱରଙ୍କ ପାଖରୁ ୨ରୁ ଅଧିକ ମୋବାଇଲ କମିଶନରେଟ ପୋଲିସ ଜବତ କରିଥିଲା। ପ୍ରମାଣ ପାଇବାକୁ ସେଗୁଡ଼ିକୁ ପୋଲିସ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ତେବେ ଏହି ଡିଜିଟାଲ ପ୍ରମାଣପତ୍ରର ତଥ୍ୟ ହସ୍ତାନ୍ତର ପାଇଁ ଇଡି ପକ୍ଷରୁ ଚିଠି ଲେଖାଯାଇଥିଲା। ବିଳମ୍ବ ହେବାରୁ କୋର୍ଟ ଇଡିକୁ ଏହି ଡିଜିଟାଲ ପ୍ରମାଣପତ୍ର ରିପୋର୍ଟକୁ ହସ୍ତାନ୍ତର କରିବାକୁ ଷ୍ଟେଟ୍‌ ଫୋରେନ୍‌ସିକ ଲାବ୍‌କୁ ନିର୍ଦ୍ଦେଶ ଦେଇଥିଲା। ପରବର୍ତ୍ତୀ ସମୟରେ ଇଡି ଏସବୁ ଡିଜିଟାଲ ରିପୋର୍ଟ ପାଇଥିଲେ ମଧ୍ୟ ସେପରି କିଛି ନ ଥିବାରୁ ସନ୍ଦେହ ଉପୁଜିଛି।

ଇଡି ଏହି ୩ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ କାର୍‌କୁ ଜବତ କରିଥିଲା ଇଡି। ସୋମବାର ସତ୍ୟବିହାରସ୍ଥିତ ଆଲିଶାନ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଛି। ସେହିପରି ଅର୍ଚ୍ଚନାଙ୍କ ସମେତ ଖଗେଶ୍ୱରଙ୍କ ସମ୍ପତ୍ତି ମଧ୍ୟ ଆଟାଚ୍‌ କରିବାକୁ ଇଡି ଜୋର୍‌ଦାର ପ୍ରୟାସ ଜାରି ରଖିଛି। ସେପଟେ ଅର୍ଚ୍ଚନାଙ୍କ ପକ୍ଷରୁ କିଛିଦିନ ତଳେ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ରାୟ ନିକଟରେ ଆସିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri