Categories: ଜାତୀୟ

ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହି ମାମଲାରେ ଶୁକ୍ରବାର ଇଡି ସୋନିଆଙ୍କୁ ସମନ ପଠାଇଛି। ଏହା ପୂର୍ବରୁ ୭୫ବର୍ଷୀୟା ସୋନିଆ ଗାନ୍ଧୀଙ୍କୁ ଜୁନ ୮ରେ ହାଜର ହେବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। କିନ୍ତୁ ଜୁନ ୩ରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମୟ ମାଗିଥିଲେ। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜୁନ ୨ରେ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ସେହି ସମୟରେ ରାହୁଲ ବିଦେଶ ଗସ୍ତରେ ଥିବାରୁ ହାଜର ହେବାକୁ ଇଡିରୁ ସେ ନୂଆ ତାରିଖ ମାଗିଥିଲେ। ତେବେ ଜୁନ ୧୩ରେ ସେ କେନ୍ଦ୍ରୀୟ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବେ ବୋଲି ସୂଚନା ରହିଛି।

Share