Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍‌କୋର୍ଟ ଗଲା ଇଡି

ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ୍‌ ପ୍ରଦାନ କରିଛନ୍ତି ତାହା ବେଆଇନ୍‌ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟଙ୍କୁ ଯେଉଁ ଆଧାରରେ ବେଲ୍‌ ମଞ୍ଜୁର ହୋଇଛି ତାହା ଯୁକ୍ତିଯୁକ୍ତ ନୁହେଁ ।

ସୂଚନା ଥାଉକି, ସୋରେନ୍‌ ଜୁନ୍‌ ୨୮ ତାରିଖରେ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ରୁ ଜାମିନ୍‌ରେ ମୁକୁଳି ଥିଲେ । ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ବିଚାର କରି ତାଙ୍କୁ ଜାମିନ୍‌ ମଞ୍ଜୁର କରିଥିଲେ । ତେବେ ଜେଲ୍‌ରୁ ବାହାରିବା ପରେ ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ହେମନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Share