ଇଞ୍ଜିନିୟରିଂ କଲେଜ ପାଣ୍ଠି ଅନିୟମିତତା ମାମଲାରେ ବିଧାୟକଙ୍କୁ ଆଠ ଘଣ୍ଟା ଜେରା କଲା ଇଡି

ଭୁବନେଶ୍ୱର,୨୮ା୨: ଭଦ୍ରକର ବରପଡା ଇଞ୍ଜିନିୟରିଂ କଲେଜରେ ହୋଇଥିବା ଆର୍ଥିକ ଅନ୍ୟାୟ ତଥା ପରିଚାଳନାଗତ ଅନିୟମିତତା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ପ୍ରାୟ ଆଠ ଘଣ୍ଟା ପଚରାଉଚରା କରିଛନ୍ତି।

ଆଠ ଘଣ୍ଟା ପଚରାଉଚରା ପରେ ଇଡି କାର୍ଯ୍ୟାଳୟରୁ ବାହାରି ସାମଲ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏହି ଘଟଣାରେ ଇଡି ଅଧିକାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। “ଯେହେତୁ ଇଡି ମୋତେ ସମନ କରିଛି, ମୁଁ ସବୁକିଛି ପ୍ରକାଶ କରିପାରିବି ନାହିଁ। ଇଡି ରଖିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି ବୋଲି ସାମଲ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଆର୍ଥିକ ପରିଚାଳନା ଏବଂ ୨୦ କୋଟି ଟଙ୍କା ମୂଲ୍ୟର ଅନିୟମିତତା ଅଭିଯୋଗରେ ଇଡି ବିଧାୟକ ତଥା ତାଙ୍କ ପୁଅ ପ୍ରୟାସକାନ୍ତ ସାମଲଙ୍କୁ ଫେବୃଆରୀ ୨୮ ରେ ଡିପୋଜିଟ କରିବାକୁ ନୋଟିସ୍ ପ୍ରଦାନ କରିଥିଲେ। ଇଞ୍ଜିନିୟରିଂ କଲେଜର କିଛି କର୍ମଚାରୀ କଲେଜ ପାଣ୍ଠି ବ୍ୟବହାର କରି ଜମି ଏବଂ ବିଳାସପୂର୍ଣ୍ଣ କାର କ୍ରୟକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ।

ଏହାପୂର୍ବରୁ ଅଭିଯୋଗ କରାଯାଇଥିଲା ଯେ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତ ବରପଡା ଇଞ୍ଜିନିୟରିଂ କଲେଜରେ ବହୁ ସ୍କାମରେ ଜଡିତ ଥିଲେ ଯେଉଁଠାରେ ପିତା-ପୁତ୍ର ଯୋଡି ଛାତ୍ରମାନଙ୍କଠାରୁ ସଂଗ୍ରହ ହୋଇଥିବା କୋଟି କୋଟି ଟଙ୍କା ଫି ଭାବରେ ନେଇ ଭୁବନେଶ୍ୱରରେ ଜମି ଏବଂ ଫ୍ଲାଟ କିଣିଥିଲେ। ତେବେ ଫେବୃଆରୀ ୧୫ ରେ, ଭଦ୍ରକ ସହରର ୬ ଟି ସ୍ଥାନ ଏବଂ ଭୁବନେଶ୍ୱରର ଚାରିଟି ସ୍ଥାନ ସମେତ ସାମଲ ସହ ଜଡିତ ୧୦ ଟି ସ୍ଥାନରେ ଇଡି ର ଅଧିକାରୀମାନେ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri