ଅଡୁଆରେ ଜ୍ୟାକଲିନ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ପାଖାପାଖି ୫ ଘଣ୍ଟା ଧରି ପଚରା ଉଚରା କରିଛି । ଦିଲ୍ଲୀରେ ଏହା ଚାଲିଥିବା ବେଳେ ମନି ଲଣ୍ଡରିଂର ଏହା କେଉଁ ମାମଲା ବା କାହା ସହ ଜଡିତ ଏ ସମ୍ପର୍କରେ ସଠିକ ତଥ୍ୟ ମିଳିପାରି ନାହିଁ । ଜ୍ୟାକଲିନ ଶ୍ରୀଲଙ୍କାର କଲମ୍ବୋ ନିବାସି ହୋଇଥିବା ବେଳେ ସେ ଭାରତ ଆସି ବଲିଉଡ୍‌ରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । କିଛି ହିଟ୍ ଫିଲ୍ମ ଦେଇ ସେ ଏବେ ବି ଟାଉନର ଜଣେ ଆଗଧାଡିର ନାୟିକା । ସଲମାନଙ୍କ ସହ କିକ୍‌, ଜନ ଆବ୍ରାହମ ଓ ବରୁଣ ଧୱନଙ୍କ ସହ ଢିସୁମ, ଅକ୍ଷୟ କୁମାର ଓ ସିଦ୍ଧାର୍ଥ ମାଲହୋତ୍ରା ଷ୍ଟାରର ଫିଲ୍ମ ବ୍ରଦର ଅମିତାଭ ବଚ୍ଚନ ଓ ରିତେଶ ଦେଶମୁଖ ଷ୍ଟାରର ଫିଲ୍ମ ଅଲ୍ଲାଦିନ ତାଙ୍କ ଅଭିନୀତ ହୀଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ ।

Share