Categories: ଜାତୀୟ

ଚତୁର୍ଥ ଦିନରେ ବି ଇଡି ଘେରରେ ରାହୁଲ, ବାଚସ୍ପତିଙ୍କୁ ଭେଟିଲେ କଂଗ୍ରେସ ନେତା, ସାରା ଦେଶର ରାଜଭବନରେ ଘେରାଉ

ନୂଆଦିଲ୍ଲୀ,୧୬ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଚତୁର୍ଥ ଦିନରେ ବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କୁ ପଚରାଉଚରା କରାଯାଉଛି । ଏହାକୁ ବିରୋଧ କରି କଂଗ୍ରେସ ପ୍ରଦର୍ଶନ ଜାରି ରଖିଛି । ଏହି କ୍ରମରେ ଗୁରୁବାର କଂଗ୍ରେସ ନେତାମାନେ ଲୋକ ସଭା ସ୍ପିକର ଓମ ବିରଲାଙ୍କୁ ସାକ୍ଷାତ୍ କରିଛନ୍ତି । ଏହାସହ ବିରୋଧ ପ୍ରଦର୍ଶନ କରି ପୋଲିସକୁ ଏ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । କଂଗ୍ରେସ ନେତା ଓ କର୍ମୀ ଗୁରୁବାର ଦେଶର ସମସ୍ତ ରାଜ ଭବନକୁ ଘେରାଉ କରିବେ ।
ଲୋକ ସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରି ଗୁରୁବାର ସଂସଦ ଭବନ ସ୍ଥିତ ସ୍ପିକରଙ୍କ କକ୍ଷରେ ତାଙ୍କୁ ସାକ୍ଷାତ୍ କରିଛନ୍ତି । ସ୍ପିକରଙ୍କ ସହ ସାକ୍ଷାତ୍ କରିବା ପରେ  କହିଛନ୍ତି, ଆମ ସହ ହେଉଥିବା ଅନ୍ୟାୟ ବିଷୟରେ ଆଲୋକପାତ କରିଛି ।

Share