ମୁମ୍ବାଇ, ୪।୭: ଟଙ୍କା ବଦଳରେ ଅନ୍ଲାଇନ ଫରେକ୍ସ ଟ୍ରେଡିଂ ଆପ୍ ‘ଅକ୍ଟାଏଫ୍ଏକ୍ସ’ ପାଇଁ ପ୍ରଚାର ଅଭିଯୋଗରେ ଟେଲି ଷ୍ଟାର୍ କ୍ରିଷ୍ଟଲ ଡିସୁଜା ଓ କରନ ଓ୍ବାହିଙ୍କୁ ଇଡି ବୁଧବାର ପଚରାଉଚରା କରିଛି। ଜେରାରେ ବେଆଇନ ଅନ୍ଲାଇଲ ବିଦେଶୀ ଟ୍ରେଡିଂ ମାମଲାରେ ଉଭୟ କଳାକାରଙ୍କୁ ପ୍ରଶ୍ନ କରାଯିବା ସହ ପିଏମ୍ଏଲ୍ଏ ମାମଲାରେ ସେମାନଙ୍କର ବୟାନ ରେକର୍ଡ ହୋଇଛି। ଟିଭି ଅଭିନେତ୍ରୀ ତଥା ମଡେଲ ନିଆ ଶର୍ମାଙ୍କୁ ମଧ୍ୟ ଇଡି ସମନ ଜାରି କରିଛି। ‘ଅକ୍ଟାଏଫଏକ୍ସ’ ଆପ୍ ଉଚ୍ଚ ରିଟର୍ନର ପ୍ରଲୋଭନ ଦେଖାଇ ଅନେକ ନିବେଶକଙ୍କୁ ଠକିଥିବା ନେଇ ପୂର୍ବରୁ ପୁଣେର ଶିବାଜୀନଗର ଥାନାରେ ଏହାର ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।