ଭିଭୋ ସମେତ ଚାଇନିଜ୍‌ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶର ୪୪ସ୍ଥାନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୫।୭: ଚାଇନାର ସ୍ମାର୍ଟଫୋନ ମୋବାଇଲ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ବିରୋଧରେ ମଙ୍ଗଳବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ଏକ ଟିମ୍‌ ସମଗ୍ର ଦେଶରେ ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀଗୁଡିକର ୪୪ଟି ସ୍ଥାନ ଉପରେ ଚଢ଼ାଉ କରିଛି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳଠାରୁ ଇଡି ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣା ସମେତ ଦକ୍ଷିଣ ଭାରତର ଅନେକ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ଏହି ମୋବାଇଲ କମ୍ପାନୀଗୁଡିକର କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଚାଇନାର ମୋବାଇଲ କମ୍ପାନୀଗୁଡିକ ଇଡି ରାଡାରରେ ଅଛନ୍ତି। ଏହି ମାମଲାରେ ପୂର୍ବରୁ ସିବିଆଇ ମଧ୍ୟ ତଦନ୍ତ ଜାରି ରଖିଛି।

Share