ଯୁବ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ

ଛତ୍ରପୁର,୭।୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଏଟି ଗ୍ରୁପ (ଅର୍ଥତତ୍ତ ଚିଟ୍‌ଫଣ୍ଡ) ଚିଟଫଣ୍ଡ ଠକେଇ ମାମଲାରେ ପରିବହନ ଠିକାଦାର ତଥା ପୂର୍ବତନ ସଂସ୍ଥା ଅଧିକାରୀ ଅହିଭୂଷଣ ସାହୁ ଓରଫ ବାବୁଲି ସାହୁଙ୍କ କାଳିଆବାଲି ଛକ ବାସଭବନରେ ଗୁରୁବାର ଇଡି ଚଢାଉ ହୋଇଛି। ଆଜି ସକାଳୁ ଇଡିର ୮ ଜଣିଆ ପ୍ରତିନିଧି ଦଳ ଛତ୍ରପୁର ବ୍ଲକ କାଳିଆବାଲି ଛକ ନିକଟ ଆଇଆରଇ ରାସ୍ତାରେ ଥିବା ବାସଭବନରେ ଏହି ଚଢାଉ କରାଯାଇଥିବା ଦେଖିବାକୁ ମିଳିଛି। ଏନେଇ କୌଣସି ଅଧିକାରୀ ମତାମତ ଦେଇ ନ ଥିବା ବେଳେ ଏହି ଚଢ଼ାଉ ବେଳେ କେନ୍ଦ୍ରୀୟ ପୋଲିସ ଫୋର୍ସ ତାଙ୍କ ଘର ବାହାରେ ମୁତୟନ ହୋଇଛନ୍ତି।
ସୂଚନାନୁଯାୟୀ, ଅର୍ଥତତ୍ତ ଚିଟ୍‌ଫଣ୍ଡ ମାମଲାରେ ପରିବହନ ଠିକାଦାର ଅହିଭୂଷଣ ସାହୁ ଜମିଜମା ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ପୂର୍ବରୁ ଚଢାଉ ହୋଇଥିଲା।