Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ଇଡ଼ି ଚଢ଼ାଉ: ଫର୍ଟିଲାଇଜର ଦୁର୍ନୀତି କନେକଶନ୍‌

ଜୟପୁର, ୨୨।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ ପାଇଁ ପୁଣି ଏକ ନୂଆ ସମସ୍ୟା ଦେଖାଦେଇଛି। ଇଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଛି। ଅଗ୍ରସେନଙ୍କ ନାମ ୨୦୦୭ରୁ ୨୦୦୯ ମଧ୍ୟରେ ହୋଇଥିବା ୭ କୋଟି ଟଙ୍କାର ଫର୍ଟିଲାଇଜର ଦୁର୍ନୀତିରେ ରହିଥିବା କୁହାଯାଉଛି। ଏହାର ଠିକା ଘରୋଇ କମ୍ପାନୀକୁ ଦିଆଯାଇଥିଲା। ସେତେବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ଥିବାବେଳେ ରାଜ୍ୟରେ ଅଶୋକ ଗେହଲଟଙ୍କ ଶାସନ ଜାରି ରହିଥିଲା। ଅଗ୍ରସେନ ମ୍ୟୁରିଏଟ୍‌ ଅଫ୍‌ ପଟାସ୍‌ କମ୍‌ ଦାମରେ କିଣି ଏହାକୁ ଚାଷୀଙ୍କୁ ନ ଦେଇ ଘରୋଇ କମ୍ପାନୀଙ୍କୁ ବିକ୍ରି କରିଥିଲେ। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ୨୦୧୨-୧୩ରେ ଏହାର ପର୍ଦ୍ଦାଫାଶ୍‌ କରାଯାଇଥିଲା। ତେବେ ଇଡ଼ି ଚଢ଼ାଉ ଜାଣିଶୁଣି ଭାଜପା ନିର୍ଦ୍ଦେଶରେ ହୋଇଥିବା ରାଜସ୍ଥାନ ଶାସକ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏପରି କରି ଗେହଲଟଙ୍କ ଉପରେ ଭାଜପା ରାଜନୈତିକ ଚାପ ପକାଉଥିବା କୁହାଯାଉଛି।

Share