Categories: ଜାତୀୟ

ପୂର୍ବତନ ବିଧାୟକ ଏବଂ ଆଇଏଏସ୍‌ ଅଧିକାରୀଙ୍କ ଘରେ ପଶିଲା ଇଡି

ପାଟନା, ୧୬।୦୭: ବିହାରର ମଧୁବନି ଏବଂ ପାଟନା ଜିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମିଳିଥିବା ସୂଚନା ଅନୁସାରେ ମଧୁବନି ଝଞ୍ଝାରପୁରର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି । ଏଥି ସହିତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ସଞ୍ଜୀବ ହଂସଙ୍କ ୧୨ ଟି ଠିକଣାରୁ ଆଧିକ ସ୍ଥାନରେ ରେଡ୍‌ କରିଛି ।
ମଧୁବନି ଜିଲାର ଝଞ୍ଝାରପୁର ସ୍ଥିତ ଗଙ୍ଗାପୁର ସମେତ ପାଟନା ଏବଂ ପୁନେର ଥିବା ବାସସ୍ଥାନରେ ଏକସଙ୍ଗେ ଇଡିର ବିଭିନ୍ନ ଟିମ୍‌ ଛାପାମାରିଛି । ମିଳିଥିବା ସୂଚନା ଅନୁସାରେ ଅର୍ଥ ହେରଫେର ଧାରା ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନିର୍ଦ୍ଦେଶାଳୟ । ଅନ୍ୟପଟେ ବିହାରର ଜଣେ କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀଙ୍କ ଘରେ ମଧ୍ୟ ଇଡି ପଶିଛି । ଅଧିକାରୀ ସଞ୍ଜୀବ ହଂସଙ୍କ ଅଫିସ୍‌ ସମେତ ତାଙ୍କ ବାସସ୍ଥାନରେ ମଧ୍ୟ ଇଡି ପହଞ୍ଚିଛି ।

Share