Categories: ଜାତୀୟ

ଅବକାରୀ ନୀତି ଦୁର୍ନୀତି: ୪୦ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୬।୯: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪୦ଟି ସ୍ଥାନରେ ଚଢାଉ କରିଛି। ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍‌ ଓ ସପ୍ଲାଏ ଚେନ ନେଟୱର୍କସ ସହ ଜଡିତ ଥିବା ଲୋକଙ୍କ ଠିକଣାରେ ଚଢାଉ କରାଯାଇଛି। ଆନ୍ଧ୍ର ପ୍ରଦେଶର ନେଲ୍ଲୋର ସମେତ କର୍ନାଟକ, ତାମିଲନାଡୁ ଓ ଦିଲ୍ଲୀ ଏନସିଆର ଅଞ୍ଚଳର ୪୦ଟି ସ୍ଥାନରେ ଏହି ଚଢାଉ କରାଯାଉଛି। ଅବକାରୀ ଦୁର୍ନୀତି ଘଟଣାରେ ଇଡି ଦ୍ୱିତୀୟଥର ପାଇଁ ଏପରି ରେଡ କରିଛି। ଗତ ସପ୍ତାହରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ ଓ କର୍ନାଟକର ପ୍ରାୟ ୪୫ଟି ସ୍ଥାନରେ ରେଡ କରିଥିଲା।

Share