Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଅଧିକାରୀଙ୍କ ଘରେ ଇଡି ଚଢାଉ

ରାୟପୁର,୧୧।୧୦: ଛତିଶଗଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ସକାଳ ୭ଟାରୁ କାର୍ଯ୍ୟାନୁଷ୍ଠାନ ଚାଲିଛି। ୧୨ରୁ ଅଧିକ ସ୍ଥାନରେ ଇଡି ଦଳ ଉପସ୍ଥିତ ଅଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିକଟତମ ଅଧିକାରୀ ସୌମ୍ୟା ଚୌରସିଆଙ୍କ ଘରେ ଇଡି ଚଢାଉ କରିଛି। ଯେଉଁମାନଙ୍କ ଘରେ ଇଡି ଚଢାଉ କରାଯାଇଛି, ସେମାନଙ୍କ ମଧ୍ୟରେ ଅନେକ ଆଇଏଏସ ଅଧିକାରୀ ଏବଂ କିଛି ବ୍ୟବସାୟୀ ଅଛନ୍ତି।
ମଙ୍ଗଳବାର ସକାଳେ ଛତିଶଗଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନେକ ଆଇଏଏସ ଅଧିକାରୀଙ୍କ ଉପରେ ଚଢାଉ କରିଥିଲେ। ସେମାନଙ୍କ ମଧ୍ୟରେ ରାଇଗଡ କଲେକ୍ଟର ରାନୁ ସାହୁଙ୍କ ନାମ ମଧ୍ୟ ସାମିଲ ଅଛି। ସେମାନଙ୍କ ବ୍ୟତୀତ ଖଣି ବିଭାଗର ନିର୍ଦ୍ଦେଶକ, ଆଇଏଏସ ଅଧିକାରୀ ଜେପି ମୌର୍ଯ୍ୟ, ମାର୍କଫେଡର ଏମଡି ଏବଂ ଆଇଏଏସ ଅଧିକାରୀ ସମୀର ବିଷ୍ଣୋଇ, ସୂର୍ଯ୍ୟକାନ୍ତ ତିୱାରୀଙ୍କ ଘରେ ଚଢାଉ କରାଯାଉଛି।

Share