Categories: ଜାତୀୟ

ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଗୃହମନ୍ତ୍ରୀଙ୍କ ୩ଟି ସ୍ଥାନରେ ଇଡିର ଚଢ଼ାଉ

ମୁମ୍ବାଇ,୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣିଥରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ବିବାଦ ଘେରକୁ ଆସିଥିବା ଅନିଲ ଦେଶମୁଖଙ୍କ ନାଗପୁର ସ୍ଥିତ ୩ଟି ସ୍ଥାନରେ ଶୁକ୍ରବାର ସକାଳୁ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି। ସୂଚନା ମୁତାବକ ଅନିଲ ଦେଶମୁଖ ଇଡିର ଚତୁର୍ଥ ସମନକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ମନି ଲଣ୍ଡରିଂ ମାମଲାର ଯାଞ୍ଚ ପାଇଁ ଅନିଲ ସୋମବାର ଚତୁର୍ଥ ଥର ଲାଗି ଇଡି କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ। ଏଥିସହ ଓକିଲ ଇନ୍ଦରପାଲ ସିଂଙ୍କ ମାଧ୍ୟମରେ ଇଡିକୁ ସେ ଦୁଇ ପୃଷ୍ଠାର ଏକ ଚିଠି ପଠାଇଥିଲେ। ଯେଉଁଥିରେ ସେ ତାଙ୍କ ପ୍ରତିନିଧୀଙ୍କୁ ପଠାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

Share