ମୁମ୍ବାଇ,୨୬।୫: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପାରବଙ୍କ ପୁଣେ ଏବଂ ମୁମ୍ବାଇରେ ଥିବା ସାତୋଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ଚଢାଉ କରିଛି। ଅନିଲଙ୍କ ବିରୋଧରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ଅର୍ଥ ହେରଫେର ଅଭିଯୋଗରେ ଇଡି ପାରବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମାମଲା ରୁଜୁ କରି ଅନିଲଙ୍କ ପୁଣେ ଏବଂ ମୁମ୍ବାଇରେ ଥିବା ସ୍ଥାନ ଗୁଡିକରେ ଚଢାଉ ଜାରି ରହିଛି।