Categories: ଜାତୀୟ

ସଞ୍ଜୟ ରାଉତ, ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଇ

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଗତ କିଛି ବର୍ଷ ମଧ୍ୟରେ ଏନସିପି, ଶିବସେନା (ୟୁବିଟି) ଏବଂ କଂଗ୍ରେସର ଅନେକ ନେତା ଇଡିର ନଜରକୁ ଆସିଥିଲେ। ଏହି ସମୟରେ ବୁଧବାର ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କୁହାଯାଉଛି ଯେ ଇଡି ମୁମ୍ବାଇର ଅନେକ ସ୍ଥାନରେ ଚଢାଉ କରିଛି। ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ସୁରଜ ଚାବନଙ୍କ ବ୍ୟତୀତ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ବିଷୟରେ ସୂଚନା ସାମ୍ନାକୁ ଆସିଛି। ତଥାପି ନାମଗୁଡ଼ିକ ଏପର୍ଯ୍ୟନ୍ତ ଇଡି ଦ୍ୱାରା ନିଶ୍ଚିତ ହୋଇନାହିଁ । କୋଭିଡ ସମୟରେ ଲାଇଫଲାଇନ କମ୍ପାନୀ ଅଧୀନରେ ହୋଇଥିବା ସ୍କାମକୁ ନେଇ ଇଡି ଏକ ମାମଲା ରୁଜୁ କରିଥିଲା। ଆଦିତ୍ୟ ଏବଂ ସଞ୍ଜୟ ରାଉତଙ୍କ ୧୦ଟି ସ୍ଥାନରେ ଇଡିର ଚଢାଉ ଚାଲିଛି। ମୁମ୍ବାଇ, ପୁଣେ ସମେତ ଅନେକ ସହରରେ ଚଢାଉ ଜାରି ଥିବା ଜଣାପଡିଛି।

Share