Advertisement

ପୂର୍ବତନ ବିଧାୟକଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କେନ୍ଦୁଝର ଜିଲା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଅର୍ଥ ହେରଫେର୍‌ ମାମଲାରେ ଇଡି ତାଙ୍କ ଘରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଏକକାଳୀନ ୪ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।

ସୂର୍ଯ୍ୟନଗରସ୍ଥିତ ତାଙ୍କ ବାସଭବନ ସହିତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରାଯାଇଛି। ସେହିଭଳି କେନ୍ଦୁଝର ଜିଲା ଯୋଡ଼ାର ସାଇ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ବି ଇଡି ଚଢ଼ାଉ କରିଛି।

ଏଥିସହିତ ଜିତୁଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି ଇଡି। ଚଢ଼ାଉ ସମୟରେ କମ୍ପ୍ୟୁଟର ହାର୍ଡ ଡିସ୍କରୁ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜିତୁ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share