Categories: ଜାତୀୟ

କେଜରିଓ୍ବାଲଙ୍କୁ ୬ଦିନିଆ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ,୨୨।୩: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ବିଭିନ୍ନ ପ୍ରସଙ୍ଗରେ ଇଡି କେଜରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜରିୱାଲଙ୍କୁ ୨୮ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।

କହିରଖୁଛୁ କି, ଇଡି କେଜରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲ ଏସଭି ରାଜୁ ବଳିଷ୍ଠ ଯୁକ୍ତି ରଖିଥିଲେ। ଅବାକାରୀ ନୀତି ଦୁର୍ନୀତି ଘଟଣାର କିଙ୍ଗ ପିନ କେଜରିୱାଲ ବୋଲି ମଧ୍ୟ ସେ କହିଥିଲେ।
ହେଲେ କେଜରିୱାଲଙ୍କ ଲିଗାଲ ଟିମ ଏହାକୁ ବିରୋଧ କରିଥିଲା। ଇଡି କରୁଥିବା ଦାବିରେ କୌଣସି ପ୍ରକାରର ସିଧାସଳଖ ପ୍ରମାଣ ନ ଥିବା କେଜରିୱାଲଙ୍କ ଓକିଲ କହିଥିଲେ। ଦୀର୍ଘ ଘଣ୍ଟା ଧରି ଦୁଇ ପକ୍ଷଙ୍କୁ ଶୁଣିବା ପରେ କେଜରିୱାଲଙ୍କୁ କୋର୍ଟ ୨୮ ତାରିଖ ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ମାର୍ଚ୍ଚ ୨୮ ତାରିଖ ଦିନ ୨ଟା ବେଳକୁ କେଜରିୱାଲଙ୍କୁ ପୁଣି ହାଜର କରିବାକୁ କୋର୍ଟ ଇଡିକୁ କହିଛନ୍ତି।

 

Share