Categories: ଜାତୀୟ

ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି: ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୭।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଗଣମାଧ୍ୟମକୁ କହିଛନ୍ତି ଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା।
ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି।

ଏକ୍ସାଇଜ ସ୍କାମରେ ପ୍ରମାଣ ନଷ୍ଟ କରିବାକୁ ସିସିଟିଭି ଫୁଟେଜରୁ ଅଡିଓ ହଟାଇଥିବା ଜାଣିଶୁଣି କରାଯାଇଛି। ଅଡିଓ ବିନା ସାକ୍ଷୀଙ୍କ ବିବୃତ୍ତି ସତ କି ମିଥ୍ୟା ଏବଂ ସେମାନଙ୍କ ସାକ୍ଷ୍ୟ ମେଳ ଖାଉଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିବ। ଏହା ଚାଳାକି କରି କରାଯାଇଛି। ବାସ୍ତବରେ ସମଗ୍ର ଇଡି ଚଢ଼ାଉ କେବଳ ଲୋକଦେଖାଣିଆ ଏବଂ ରାଜନୈତିକ ଉଦ୍ଦେଶ୍ୟ ନେଇ କରାଯାଉଛି। ଇଡି ଚଢ଼ାଉ କରୁନାହିଁ, ବରଂ ଏହାର ଚଢ଼ାଉରେ ଏକ ଦୁର୍ନୀତି ଅଛି ।

ଆମ ଆଦମୀ ପାର୍ଟିକୁ ଭୟଭୀତ ଓ ନୀରବ କରିବା ପାଇଁ ଭାଜପା ଏବଂ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଏକେନ୍ସିର ବେଆଇନ ବ୍ୟବହାର କରାଯାଉଛି।

 

ଆହୁରି ପଢ଼ନ୍ତୁ: ମୋଦିଙ୍କୁ କେବଳ ଟକ୍କର ଦେଇ ପାରିବେ କେଜରିଓ୍ବାଲ: ଏଏପି…

 

ମଦ ସ୍କାମ ନାମରେ ଏଏପି ନେତାଙ୍କ ଘରେ ଚଢ଼ାଉ କରାଯାଉଛି। ନେତାଙ୍କୁ ସମନ କରାଯାଇ ଗିରଫ କରାଯାଉଛି। କିନ୍ତୁ ଏହି ଦୁଇ ବର୍ଷର ଅନୁସନ୍ଧାନରେ ଇଡି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ପାଇ ନାହିଁ। ଇଡି ଏହାର ସମ୍ପୂର୍ଣ୍ଣ ବିବୃତ୍ତିରେ ଜାଲିଆତି କରିଛି।

 

ଆହୁରି ପଢ଼ନ୍ତୁ: କେଜରିଓ୍ବାଲଙ୍କ ପାଇଁ ଖୁସି ଖବର: କୋର୍ଟରେ ହେବାକୁ ପଡ଼ିବନି ହାଜର…

 

ଇଡି ସେମାନଙ୍କ ବିବୃତ୍ତି ନେବା ପରେ ଅନେକ ସାକ୍ଷୀ କହିଛନ୍ତି ସେମାନଙ୍କ ବିବୃତ୍ତି ଚାପ ପକାଇ ନିଆଯାଇଛି। ଏଥିମଧ୍ୟରୁ ଜଣେ ସାକ୍ଷୀ କହିଛନ୍ତି ତାଙ୍କ ବିବୃତ୍ତି ପାଇଁ ଇଡି ତାଙ୍କୁ ଏତେ ଚାପୁଡ଼ା ମାରିଥିଲେ ଯେ ତାଙ୍କ କାନେ ପରଦା ଫାଟି ଯାଇଥିଲା।

Share