Categories: ଜାତୀୟ

‘ବାଇଜୁ’ ସିଇଓଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨୯ା୪: ବେଙ୍ଗାଲୁରୁସ୍ଥିତ ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ବାଇଜୁ’ର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ କେତେକ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ୍‌ (ଫେମା) ଉଲ୍ଲଙ୍ଘନ ଅଭିଯୋଗ ହେବା ପରେ ଏହି ଚଢ଼ାଉ କରାଯାଇଥିଲା। ବେଙ୍ଗାଲୁରୁ ସହରରେ ମୋଟ୍‌ ୨ଟି ଅଫିସ ଏବଂ ଗୋଟିଏ ଘର ଉପରେ ଚଢ଼ାଉ ହୋଇଛି।

୨୦୧୧ରୁ ବୈଦେଶିକ ପ୍ରତ୍ୟକ୍ଷ ନିବେଶ (ଏଫ୍‌ଡିଆଇ) ଭାବରେ ଗ୍ରହଣ କରାଯାଇଥିବା ୨୮,୦୦୦ କୋଟି ଟଙ୍କାରୁ ୯,୭୦୦କୋଟିରୁ ଅଧିକ ଟଙ୍କା ବିଦେଶରେ ପଠାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି।

ସୂଚନାଥାଉ କି, ବାଇଜୁଙ୍କୁ ଏକାଧିକ ସମନ ପଠାଯାଇଥିଲେ ମଧ୍ୟ ସେ ଇଡି ନିକଟରେ ହାଜର ହୋଇ ନ ଥିବାରୁ ଆଜି ଏହି ଚଢ଼ାଉ କରାଯାଇଛି।

Share