ନୂଆଦିଲ୍ଲୀ,୧୭।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଛି । ଚଢାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍ସିଆର ଭିତରେ ଅଛି। ଲାଲ ଜୀବନ ବିଜ୍ଞାନ ଟ୍ରଷ୍ଟ ଓ କରୋଲ ବାଗ କାର୍ଯ୍ୟାଳୟ ଉପରେ ମଧ୍ୟ ଇଡି ଚଢାଉ କରିଛି।
ଏହାପୂର୍ବରୁ ଜୁନ ୬ରେ, ଇଡି ଅଧିକାରୀମାନେ ସତ୍ୟେନ୍ଦ୍ରଙ୍କ ସହ ଜଡିତ ସାତୋଟି ସ୍ଥାନରେ ଚଢାଉ କରିଥିଲେ। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଇଡି ମେ’ ୩୦ ତାରିଖରେ ଗିରଫ କରିଥିଲା। ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।