Categories: ଜାତୀୟ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ପୁଣି ନୋଟିସ କଲା ଇଡି

ନୂଆଦିଲ୍ଲୀ,୧୮।୧୨: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା ପାଇଁ ପୁଣିଥରେ ନୋଟିସ କରିଛି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଡିସେମ୍ବର ୨୧ ରେ ହାଜର ହେବାକୁ ଇଡି କହିଛି।

ଏହା ପୂର୍ବରୁ ୨ ନଭେମ୍ବରକୁ ପଚରା ଉଚରା ପାଇଁ ଇଡି ତାଙ୍କୁ ନୋଟିସ ପଠାଇଥିଲା, କିନ୍ତୁ ସେ ଏହାକୁ ଆଇନ ବିରୁଦ୍ଧ କହି ଏହାକୁ ଫେରାଇ ନେବାକୁ କହିଥିଲେ। ଏହିଦିନ କେଜରିୱାଲ ମଧ୍ୟପ୍ରଦେଶ ନିର୍ବାଚନ ରାଲିରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ପଚରାଉଚରା ଆଧାରରେ ଇଡି କେଜରିୱାଲଙ୍କୁ ଜେରା କରିବାକୁ ଚାହୁଁଛି।

Share