Categories: ଜାତୀୟ

ବଢିଲା ସଞ୍ଜୟ ରାଉତଙ୍କ ଅଡୁଆ: ସ୍ତ୍ରୀଙ୍କୁ ଇଡି ସମନ

ମୁମ୍ବାଇ,୪।୮:ପାଟ୍ରା ଚୌଲ ଦୁର୍ନୀତି ମାମଲାରେ ଗିରଫ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଗୋଟିଏ ପଟେ କୋର୍ଟ ରାଉତଙ୍କ ରିମାଣ୍ଡ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଅନ୍ୟପଟେ ତାଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ଇଡି ପକ୍ଷରୁ ସମନ କରାଯାଇଛି।
ସୂଚନାଯୋଗ୍ୟ, ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ରାଉତ ଓ ତାଙ୍କ ପରିବାର ସଦସ୍ୟ ୧ କୋଟି ଟଙ୍କାର ଫାଇଦା ହାସଲ କରିଥିବା ଇଡି କହିଛି। ଏହି ଟଙ୍କାରେ ସଞ୍ଜୟ ରାଉତ ଆଉ କିଛି ସ୍ଥାନରେ ବିଲଡିଂ କିଣିଥିବାରୁ ଇଡି ଏହାକୁ ସିଜ ମଧ୍ୟ କରିଛି। ଗତ ରବିବାର ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା। ଏହି ଜମି ଦୁର୍ନୀତି ଘଟଣାରେ ବର୍ଷା ସାମିଲ ଥିବା ପୂର୍ବରୁ ଅନେକ ଥର ଇଡି କହି ସାରିଛି। ପ୍ରାୟ ୪ ମାସ ତଳେ ଇଡି ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ବର୍ଷା ରାଉତ ଓ ସଞ୍ଜୟ ରାଉତଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ୧୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

Share