Categories: ଜାତୀୟ

ସୋନିଆ-ରାହୁଲଙ୍କୁ ଇଡିର ଝଟ୍‌କା: ୟଙ୍ଗ ଇଣ୍ଡିଆ-ଏଜେଏଲର ୭୫୧ କୋଟି ଟଙ୍କାର ସମ୍ପତ୍ତି ଜବତ…

ନୂଆଦିଲ୍ଲୀ,୨୧।୧୧ : ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଙ୍କଠାରୁ ଏକ ଝଟକା ପାଇଛନ୍ତି। ଅନୁସନ୍ଧାନକାରୀ ଏଜେନ୍ସି ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଜେଏଲର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୬୬୧.୬୯ କୋଟି ଟଙ୍କା। ଦିଲ୍ଲୀ, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଏହି ପଦକ୍ଷେପ ନିଆଯାଇଛି। ସେହିପରି ୟଙ୍ଗ ଇଣ୍ଡିଆର ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା। ଏନେଇ ଇଡି ଉଭୟ କଂଗ୍ରେସ ନେତାଙ୍କୁ ପଚରାଉଚରା କରି ସାରିଛନ୍ତି।

ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ୨୦୧୪ରେ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ପିଏମଏଲଏ ଅନ୍ତର୍ଗତ ଇଡି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଏହି ମାମଲା ସହ ଜଡିତ ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ମାଧ୍ୟମରେ ଶହ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ। ଅଭିଯୋଗ ହୋଇଛି ଖବରକାଗଜ ପ୍ରକାଶନ ପାଇଁ ସରକାର ଭାରତର ବିଭିନ୍ନ ସହରରେ ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ।

Share