Categories: ଜାତୀୟ

ବିଜୟ ମାଲ୍ୟା, ଲଳିତ ମୋଦି ଏବଂ ନିରବ ମୋଦିଙ୍କ ଭଳି ଲୋକଙ୍କୁ ଧରୁ ଇଡି, ନିର୍ବାଚନ ମଧ୍ୟରେ ଚଢ଼ାଉ ଉପରେ ବର୍ଷିଲେ ଗେହେଲଟ

ନୂଆଦିଲ୍ଲୀ,3/11: ରାଜସ୍ଥାନରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ମଧ୍ୟରେ ଗୋଟିଏ ଦଳ ଅନ୍ୟକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ସେହିପରି ରାଜ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ନିରନ୍ତର ଚାଲିଥିବା ଚଢ଼ାଉ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ ନେଇ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି ଯେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଛି। ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପଚାରିବାରୁ ସେ ଇଡି ସମେତ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ନିଜର ପ୍ରତିଷ୍ଠା ନ ହରାଇବାକୁ କହିଛନ୍ତି।

ପ୍ରଥମେ ସେ କହିଥିଲେ ସମ୍ପୂର୍ଣ୍ଣ ଦେଶରେ ଇଡି, ଆଇଟି ଏବଂ ସିବିଆଇ ଦେଶର ବିଭିନ୍ନ ସ୍ଥାନରେ କରୁଥିବା ଚଢ଼ାଉ ଦେଶର ହିତ ପାଇଁ ନୁହେଁ। ଆୟ ସହିତ ଜଡିତ ଅପରାଧ ଉପରେ ରୋକ ଲଗାଇବାକୁ ଦେଶକୁ ଏମାନଙ୍କ ଆବଶ୍ୟକତା ରହିଛି। କିନ୍ତୁ ଏମାନଙ୍କର ଧ୍ୟାନ ବଦଳି ଯାଇଛି ଆଉ ସେମାନେ ରାଜନୀତିକ ଦଳ ପଛରେ ରହୁଛନ୍ତି। ଲଳିତ ମୋଦି, ବିଜୟ ମାଲ୍ୟା ଏବଂ ନିରବ ମୋଦିଙ୍କ ଭଳି ଲୋକଙ୍କୁ ଧରିବାକୁ କେନ୍ଦ୍ରୀୟ ସେ ଏଜେନ୍ସିଙ୍କୁ କହିଥିଲେ।

ତେବେ ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ଏଜେନ୍ସିମାନେ ସେମାନଙ୍କର ପ୍ରକୃତ କାର୍ଯ୍ୟ ଛାଡି ବିନା କୌଣସି ମାମଲାରେ ରାଜନୈତିକ ଦଳର ନେତା ମାନଙ୍କ ଘରେ ଆସି ପହଞ୍ଚଛନ୍ତି। ରାଜ୍ୟର କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂ ଙ୍କ ଘରେ ମଧ୍ୟ ସେମାନେ ଆସି ପହଞ୍ଚିଥିଲେ। ସେହିଭଳି ବିନା କୌଣସି ମାମଲାରେ ତାଙ୍କ ପୁଅ ଭୈରବ ଗେହଲୋଟଙ୍କୁ ମଧ୍ୟ ବିନା କୌଣସି ମାମଲାରେ ସମନ ପଠାଯାଇଛି।

Share