Categories: ଜାତୀୟ

ଝାଡଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ

ରାଞ୍ଚି,୨୩।୮: ଝାଡଖଣ୍ଡରେ ମଦ ଏବଂ ଜମି ଦୁର୍ନୀତି ଘୋଟାଲାରେ ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଓରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି ଚଢାଉ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ରାଜ୍ୟର ରାଜନୀତି ତୀବ୍ର ହୋଇଛି। ଅର୍ଥମନ୍ତ୍ରୀଙ୍କ ପୁଅଙ୍କ ଘରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କଂଗ୍ରେସ ଭାଜପା ସରକାର ଉପରେ ଜୋରଦାର ଆକ୍ରମଣ କରିଛି।

Share