Categories: ଜାତୀୟ

ଆକାର ପଟେଲଙ୍କୁ ଇଡିର ୧୦ କୋଟି ଜରିମାନା

ନୂଆଦିଲ୍ଲୀ,୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡିରିଂ ମାମଲାରେ ଶୁକ୍ରବାର ଆମ୍‌ନେଷ୍ଟି ଇଣ୍ଡିଆ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ (ଏଆଇଆଇପିଏଲ୍‌) କୁ ୫୧.୭୨ କୋଟି ଏବଂ ଏହାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆକାର ପଟେଲଙ୍କୁ ୧୦ କୋଟି ଟଙ୍କା ଜରିମାନା କରିଛି। ୨୦୧୯ରେ ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।
ବ୍ରିଟେନରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଏଆଇଆଇପିଏଲ୍‌ ଜରିଆରେ ବିପୁଳ ପରିମାଣର ବିଦେଶୀ ପାଣ୍ଠି ଗ୍ରହଣ କରିଥିବା ନେଇ ସୂଚନା ପାଇବା ପରେ ଇଡି ପକ୍ଷରୁ ତଦନ୍ତ କରାଯାଇଥିଲା। ଏଆଇଆଇପିଏଲ୍‌ ଫରେନ୍‌ କନ୍‌ଣ୍ଟ୍ରିବ୍ୟୁଶନ (ରେଗୁଲେଶନ୍‌) ଆକ୍ଟ (ଏଫ୍‌ସିଆର୍‌ଏ)ରେ ପଞ୍ଜୀକୃତ ନ ହୋଇ ବିଦେଶରେ ଏହି ଆର୍ଥିକ କାରବାର କରିଥିବା ଇଡି ଦର୍ଶାଇଛି।

Share