Categories: ଜାତୀୟ

୫କଂଗ୍ରେସ ନେତାଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୩।୧୦: ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ୫ଜଣ କଂଗ୍ରେସ ନେତାଙ୍କୁ ସମନ ପଠାଇଛି। ସମନ ପଠାଯାଇଥିବା ନେତାଙ୍କ ମଧ୍ୟରେ ଅଞ୍ଜନ କୁମାର, ମହମ୍ମଦ ଅଲି ଶବୀର, ଗୀତା ରେଡ୍ଡୀ, ସୁଦର୍ଶନ ରେଡ୍ଡୀ ଏବଂ ଗଲି ଅନିଲ ଅଛନ୍ତି। ଇଡି ଏହି ନେତାମାନଙ୍କୁ ଅକ୍ଟୋବର ୪ ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ, ସେତେବେଳେ ଏହି ନେତାମାନେ ଡୋନେଶନ ଦେଇଥିଲେ। ଯାହାର ସବିଶେଷ ତଥ୍ୟ ଜାଣିବା ପାଇଁ ଇଡି ଏମାନଙ୍କୁ ସମନ ପଠାଇଛି।

Share