Categories: ଜାତୀୟ

‘ଗତ ଥର ‘ଇଣ୍ଡିଆ’ର ବୈଠକ ଦିନ ଡକାଇଥିଲା ଇଡି, ଆଉ ଏବେ ଅକ୍ଟୋବର ୩କୁ…’: ଅଭିଷେକ

କୋଲକାତା,୨୮।୯: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କ ଅଡୁଆ କମୁନାହିଁ। ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ ଜାରି କରିଛି। ଯାହାକୁ ନେଇ ଅଭିଷେକ ନିଜେ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଅଭିଷେକ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ ଜାରି କରିଛି। ସେ ଦାବି କରିଛନ୍ତି, ଦିଲ୍ଲୀରେ ‘ଇଣ୍ଡିଆ’ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଦିନ ମଧ୍ୟ ଇଡି ତାଙ୍କୁ ଡକାଇଥିଲା। ଆଉ ଏବେ ପୁଣିଥରେ ଅକ୍ଟୋବର ୩ରେ ତାଙ୍କୁ ଡକାଇଛି।

ଅଭିଷେକ ବାନାର୍ଜୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଏହି ମାସ ଆରମ୍ଭରେ ଇଡି ମୋତେ ଦିଲ୍ଲୀର ‘ଇଣ୍ଡିଆ’ମେଣ୍ଟର ବୈଠକ ଦିନ ଡକାଇଥିଲା। ମୁଁ ମୋର କର୍ତ୍ତବ୍ୟ ପାଳନ କରି ଉପସ୍ଥିତି ହୋଇଥିଲି। ବର୍ତ୍ତମାନ ଆଜି ଇଡି ଆଉ ଏକ ସମନ ଜାରି କରିଛି। ଯେଉଁ ଦିନ ପଶ୍ଚିମବଙ୍ଗର ଉପଯୁକ୍ତ ଦେୟ ପାଇଁ ଅକ୍ଟୋବର ୩ରେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ହେବାର ଅଛି।

Share