ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ବୁଧବାର ହାଜର ହେବା ପାଇଁ ଇଡି ପକ୍ଷରୁ ମଙ୍ଗଳବାର ନୂଆ ସମନ ଜାରି କରାଯାଇଛି। ସୁପ୍ରିମକୋର୍ଟ ୭୧ ବର୍ଷୀୟ ଏନ୍ସିପି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ ଲାଗି ମନା କରିଦେଇଥିଲେ। ଦେଶମୁଖଙ୍କୁ ଅଗଷ୍ଟ ୧୮ରେ ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ଇଡି କାର୍ଯ୍ୟାଳୟରେ ମାମଲାର ତଦନ୍ତ ଅଧିକାରୀଙ୍କ ନିକଟରେ ଡିପୋଜିଟ କରିବାକୁ କୁହାଯାଇଥିଲା। ଦେଶମୁଖଙ୍କୁ ଏହା ହେଉଛି ପଞ୍ଚମ ଡାକରା। ଏହି ମାମଲାରେ ଏଜେନ୍ସି ତାଙ୍କ ବୟାନକୁ ରେକର୍ଡ କରିବାକୁ ଚାହୁଁଥିବାରୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନ୍ତର୍ଗତ ସମନ ଜାରି କରାଯାଇଛି। ତାଙ୍କ ପୁଅ ହୃଷିକେଶ ଏବଂ ସ୍ତ୍ରୀଙ୍କୁ ମଧ୍ୟ ଡକାଯାଇଥିଲା। ତେବେ ସେମାନେ ମଧ୍ୟ ହାଜର ହୋଇ ନ ଥିଲେ। ମହାରାଷ୍ଟ୍ର ପୋଲିସ ପ୍ରତିଷ୍ଠାନରେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାର ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଥିଲା। ଅପରାଧିକ ମାମଲା ଆସିବା ପରେ ଏପ୍ରିଲରେ ଦେଶମୁଖ ଇସ୍ତଫା ଦେଇଥିଲେ।