Categories: ଜାତୀୟ

ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଇଡିର ସମନ

ହାଇଦ୍ରାବାଦ,୧୪।୯: ଦିଲ୍ଲୀ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଆରଏସ ନେତା କବିତାଙ୍କୁ ଶୁକ୍ରବାର ହାଜର ହେବା ପାଇଁ ସମନ ଜାରି କରିଛି। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଗତ ବର୍ଷ ଡିସେମ୍ବରରେ ସମାନ ମାମଲାରେ ତେଲଙ୍ଗାନା ବିଧାନ ପରିଷଦ ସଦସ୍ୟ କେ କବିତାଙ୍କୁ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପଚରାଉଚରା କରିଥିଲା।

ଇଡି ଅଭିଯୋଗ କରିଛି ଯେ, କବିତା ଏଏପିର ସଂଚାର ପ୍ରଭାରୀ ଥିବା ବିଜୟ ନାୟାରଙ୍କ ସହ ଯୋଗାଯୋଗରେ ଥିଲେ। ଯିଏକି ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତା ସମୟରେ ମଦ ବ୍ୟବସାୟୀ ଏବଂ ରାଜନେତାଙ୍କୁ ଭେଟିଥିଲେ। ଇଡି କହିଛି , ବିଜୟ ନାୟାର ସାଉଥ ଗ୍ରୁପ ନାମକ ଏକ ଗ୍ରୁପରୁ ଅତି କମରେ ୧୦୦ କୋଟି ଟଙ୍କା ଲାଞ୍ଚ ପାଇଛନ୍ତି। ଗତ ବର୍ଷ ବିଜୟ ନାୟାରଙ୍କୁ ସିବିଆଇ ଗିରଫ କରିଥିଲା।

Share