Categories: ଜାତୀୟ

ଅବକାରୀ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନୋଟିସ୍, ୨ ନଭେମ୍ବର ପଚାର ଉଚରା ପାଇଁ ଡ଼କାଇଲା

ନୂଆଦିଲ୍ଲୀ,୩୦/୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର ନୋଟିସ୍ କରିଛି ଇଡି। ଦିଲ୍ଲୀ ନୂତନ ଅବକାରୀ ନୀତି ମାମଲାରେ ପଚାର ଉଚରା କରିବା ପାଇଁ ୨ ନଭେମ୍ବରକୁ ଡକାଇଛି। ଏହା ପୂର୍ବରୁ ଏପ୍ରିଲ ମାସରେ ସିବିଆଇ ପଚାର ଉଚରା ପାଇଁ ଡ଼କାଇଥିଲା। ସମାନ ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ରାଜ୍ୟସଭା ସଂସଦ ସଞ୍ଜୟ ସିଂ ବର୍ତ୍ତମାନ ଜେଲରେ ଅଛନ୍ତି।

ଏହା ପୂର୍ବରୁ ଆମ ଆଦମୀ ପାର୍ଟି ସୋମବାର ଦିଲ୍ଲୀ ଅବକାରୀ ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ତେବେ ଏଠାରେ କୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ।

Share