Categories: ଜାତୀୟ

ସୋନିଆଙ୍କୁ ପୁଣି ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୧୧।୭: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ପୁଣି ଥରେ ଏକ ସମନ ପଠାଇଛି। ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜୁଲାଇ ୨୧ରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାକୁ ଇଡି ନିର୍ଦ୍ଦେଶ ଦେଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ। ସୂଚନାଯୋଗ୍ୟ, ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିବା ସୋନିଆଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଯେଉଁଥିପାଇଁ ସେ କିଛି ସପ୍ତାହ ଧରି ଇଡି ଆଗରେ ହାଜର ହୋଇପାରିବେନାହିଁ। ଇଡି ମଧ୍ୟ ତାଙ୍କ ଅନୁରୋଧକୁ ଗ୍ରହଣ କରିଛି। ଏଥିସହ ସୋନିଆଙ୍କୁ ଜୁଲାଇ ଶେଷରେ ସପ୍ତାହର ଯେକୌଣସି ସମୟରେ ଯାଞ୍ଚ ଏଜେନ୍ସି ନିକଟରେ ହାଜର ହୋଇ ମନି ଲଣ୍ଡରିଂ ମାମଲାରେ ନିଜର ବୟାନ ରେକର୍ଡ କରିବାକୁ ଇଡି ପକ୍ଷରୁ କୁହାଯାଇଛି।

Share