Categories: ଜାତୀୟ

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୮।୬: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ସମନ ଜାରି କରିଛି। ସୂତ୍ରରୁ ପ୍ରକାଶ ଯେ, ଇଡି ଅଭିଷେକ ବାନାର୍ଜୀଙ୍କ ଆସନ୍ତା ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଅନ୍ୟପଟେ, କୋଇଲା ଚୋରା ଚାଲାଣ ମାମଲାରେ ଇଡି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରାଙ୍କୁ ଗୁରୁବାର ୪ ଘଣ୍ଟା ପଚରାଉଚରା କରିଥିବା ଜଣାପଡିଛି। ରୁଜିରାଙ୍କୁ ପ୍ରଶ୍ନ କରିବା ପାଇଁ ଅନୁସନ୍ଧାନକାରୀଙ୍କ ତିନି ପୃଷ୍ଠାର ପ୍ରଶ୍ନପତ୍ର ରହିଥିଲା। ଜଣେ ଇଡି ଅଧିକାରୀ କହିଛନ୍ତି ଯେ ତାଙ୍କୁ ବିଦେଶୀ ବ୍ୟାଙ୍କଗୁଡିକର କିଛି ଆକାଉଣ୍ଟ ବିଷୟରେ ପଚରାଯାଇଥିଲା। ଏହି ସମୟରେ ତାଙ୍କର ବିବୃତ୍ତି ରେକର୍ଡ ମଧ୍ୟ କରାଯାଇଛି।

Share