Categories: ଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ନୂଆଦିଲ୍ଲୀ,୯ା୮(ପି.ଟି.): ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ ଜାରି କରିଛି। ଆସନ୍ତା ସପ୍ତାହରେ ରାଞ୍ଚତ୍ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ମନିଲଣ୍ଡରିଂ ନିରାକରଣ ଆଇନ ଅନୁଯାୟୀ ବୟାନ ରେକର୍ଡ କରାଇବାକୁ ତାଙ୍କୁ କୁହାଯାଇଛି। ତେବେ କେଉଁ ଘଟଣାକୁ ନେଇ ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ ହୋଇଛି, ତାହା ଜଣାପଡ଼ି ନାହିଁ। ପୂର୍ବରୁ ଝାଡ଼ଖଣ୍ଡର ବେଆଇନ ଖଣି ଖନନ ମାମଲାରେ ସୋରେନ୍‌ଙ୍କୁ ଇଡି ଜେରା କରିଥିଲା।

Share