ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା ଲାଗି ଏହି ‘ଭିକି ଡୋନର’ ଅଭିନେତ୍ରୀଙ୍କୁ କୁହାଯାଇଛି। ନିକଟରେ ଚଳଚ୍ଚିତ୍ର ପ୍ରଯୋଜକ ଆଦିତ୍ୟ ଧର୍ଙ୍କୁ ବିବାହ କରିଥିବା ୟାମି ଫେମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଇଡିର ଜୋନ୍ ୨ ଏହି ମାମଲାର ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ ୟାମିଙ୍କ ଘରୋଇ ବ୍ୟାଙ୍କ ଆକାଉଣ୍ଟରୁ ବିଦେଶକୁ ଅର୍ଥ ଟ୍ରାନ୍ସଫର କରାଯାଇଥିଲା। ଏ ସମ୍ପର୍କରେ ସେ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିଲେ।