Categories: ଜାତୀୟ

ସିସୋଡିଆଙ୍କୁ ନେଇ କୋର୍ଟରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ,୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ବୁଧବାର ଦିଲ୍ଲୀର ରୌଜ୍‌ ଏଭିନ୍ୟ କୋର୍ଟରେ ହାଜର କରାଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ତେବେ ଇଡି ମାମଲାର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବା ବେଳେ ଶୁଣାଣି ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି। ଏହା ସହିତ ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି ହେବ। ଅନ୍ୟପଟେ, ସିସୋଡିଆ ମଧ୍ୟ ସିବିଆଇ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି।

Share