Categories: ଜାତୀୟ

ପୁଣି ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ପୁଣି ଥରେ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ପହଞ୍ଚିଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦୁଇଟି ଇମେଲ ପଠାଇ ତାଙ୍କୁ ୟଙ୍ଗ୍‌ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍‌ରେ ଉପସ୍ଥିତ ରହିବାକୁ ଇଡି ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ମଲ୍ଲିକାର୍ଜୁନଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ହେରାଲ୍ଡ ହାଉସ କାର୍ଯ୍ୟାଳୟରେ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। କେବଳ ଲୋକଙ୍କ ନିଯୁକ୍ତି ସ୍ଲିପ୍‌ ଦେଖିବା ପରେ ହିଁ ପାସପୋର୍ଟ ଅଫିସରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ଇଡି ଗୁରୁବାର ମଧ୍ୟାହ୍ନ ୧୨.୩୦ରେ ୟଙ୍ଗ୍‌ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡର ହେରାଲ୍ଡ ହାଉସରେ ଉପସ୍ଥିତ ରହିବାକୁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଥିଲା। କାରଣ ସେ ୟଙ୍ଗ୍‌ ଇଣ୍ଡିଆର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିବାରୁ ତାଙ୍କୁ ଡକାଯାଇଥିବା ଜଣାପଡ଼ିଛି।

Share