Categories: ଜାତୀୟ

ଦ୍ୱିତୀୟ ଦିନରେ ପୁଣିଥରେ ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୧୪ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ ଅର୍ଥାତ୍ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ । ସୋମବାର ପାଖାପାଖି ୧୦ ଘଣ୍ଟାର ପଚରା ଉଚରା ପରେ ପୁଣିଥରେ ମଙ୍ଗଳବାର ବି ପଚରା ଉଚରା କରାଯିବ । ସୋମବାର ପଚରା ଉଚରା ପର ରାହୁଲ ପ୍ରାୟ ରାତି ୧୧ଟା ୧୦ରେ ଇଡି କାର୍ଯ୍ୟାଳୟରୁ ବାହାରକୁ ଆସିଥିଲେ । ବାହାରେ କଂଗ୍ରେସ କର୍ମୀଙ୍କ ଭିଡ ଲାଗି ରହିଥିଲା । ସୋମବାର ପ୍ରଥମେ ସକାଳୁ ପ୍ରାୟ ୩ ଘଣ୍ଡାର ଜେରା ପରେ ଲଞ୍ଚ ବ୍ରେକ ହୋଇଥିଲା । ଏହି ସମୟ ମଧ୍ୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମାଆ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲେ ରାହୁଲ । ଏହାପରେ ସେ ପୁଣି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ସାତ ଏସୟୁଭି ଗାଡିର ରାଲି ସହ ରାହୁଲ ସୋମବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଭଉଣୀ ପ୍ରୟଙ୍କା ଗାନ୍ଧୀ ଭଦ୍ରା । ୨୦୧୯ରେ ରାହୁଲଙ୍କ ନିକଟରୁ ଏସପିଜି ସୁରକ୍ଷା ହଟାଇ ଦିଆଯିବା ପରେ ଏବେ ସେ ଜେଡ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ବାହାରକୁ ଯାଉଛନ୍ତି ।

Share