Categories: ଜାତୀୟ

କେଜ୍‌ରିଓ୍ବାଲ ଜେଲ୍‌ରୁ ବାହାରିବା ପୂର୍ବରୁ ହାଇକୋର୍ଟ ଗଲା ଇଡି

ନୂଆଦିଲ୍ଲୀ,୨୧ା୬: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଓକିଲମାନେ ହାଇକୋର୍ଟର ଅବକାଶ ବେଞ୍ଚରେ ଏହି ମାମଲା ଉପସ୍ଥାପନ କରିବେ।

ସୂଚନାଯୋଗ୍ୟ, ଗୁରୁବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ କେଜ୍‌ରିଓ୍ବାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ ଜାମିନ ଆଦେଶକୁ ୪୮ ଘଣ୍ଟା ରହିବାକୁ ଇଡିଙ୍କ ଅନୁରୋଧକୁ ସ୍ବତନ୍ତ୍ର ବିଚାରପତି ଜଷ୍ଟିସ ବିନ୍ଦୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ତିହାର ଜେଲ୍‌ରୁ ମୁକୁଳିବାର ରହିଛି।

Share