Categories: ଜାତୀୟ

ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କଲା ଇଡି

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂଙ୍କୁ ଇଡି ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରାଇଛି। ଏହି ସମୟରେ ଇଡି କୋର୍ଟରେ ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗିଛି। ଇଡି କୋର୍ଟଙ୍କୁ କହିଛି ଯେ, ଲାଞ୍ଚ ନେବାର ନୁହେଁ ଲାଞ୍ଚ ମାଗିବାର ପ୍ରମାଣ ରହିଛି। ମଦ ଲାଇସେନ୍ସ ପାଇଁ ଲାଞ୍ଚ ମଗାଯାଇଛି।

ଏହାପୂର୍ବରୁ ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଯେଉଁଠାରୁ କୋର୍ଟ ସଞ୍ଜୟ ସିଂଙ୍କଙ୍କୁ ପାଞ୍ଚ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଥିଲେ। ରିମାଣ୍ଡରେ ସିଂଙ୍କୁ ପଚରାଉଚରା କରାଯାଇଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ଡକାଯାଇ ପଚରାଉଚରା କରାଯାଇଥିଲା।

Share