ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ

ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ ଦେଇଛନ୍ତି । ଜିଜିନ କହିଛନ୍ତି ଆମେରିକା ଚାଇନାକୁ ତା’ର ଶତ୍ରୁ ବୋଲି ଭାବି ବଡ ଭୁଲ କରୁଛି । ଯଦି ଆମେରିକା ଏମିତି ମନୋଭାବ ରଖେ ତେବେ ଆତଙ୍କବାଦୀ ଏହାର ଫାଇଦା ଉଠାଇ ପାରନ୍ତି । ଭବିଷ୍ୟତରେ ୯/୧୧ ଭଳି ଆଉ ଏକ ଆକ୍ରମଣର ପୁଣିଥରେ ପୁନରାବୃତ୍ତି ହୋଇପାରେ ବୋଲି ଜିଜିନ କହିଛନ୍ତି । ଜିଜିନ କହିଛନ୍ତି ୧୧ ସେପ୍ଟେମ୍ବରର ଆକ୍ରମଣ କେବଳ ୧୯ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆତ୍ମଘାତି ଆକ୍ରମଣ ଥିଲା । ହେଲେ ଏହା ଆତ୍ମଘାତି ଆକ୍ରମଣ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା କରାଯାଇ ନ ଥିଲା । ସେ ଆହୁରି ଚେତାବନୀ ଦେଇ କହିଛନ୍ତି ଯେ କେତେ ଗୁଡିଏ ଆତଙ୍କବାଦୀ ସଙ୍ଗଠନ ଏକାଠି ହୋଇ ଆମେରିକାରେ ଆକ୍ରମଣ କରିବାର ଯୋଜନାରେ ଅଛନ୍ତି । ତେଣୁ ସମୟ କହିବ ଚାଇନାକୁ ନିଜର ଶତ୍ରୁ ଭାବି ଆମେରିକା କେତେବଡ ଭୁଲ କରିଛି ।

Share