ବଲିଉଡ ଅଭିନେତ୍ରୀଙ୍କୁ ଇଡିର ଜେରା

ମୁମ୍ବାଇ: ଇଡିର ପଞ୍ଝାରେ ଫସୁଛନ୍ତି ଅନେକ ବଲିଉଡ୍‌ କଳାକାର। ନିକଟରେ କିଙ୍ଗଖାନ୍‌ଙ୍କ ପୁଅ ଆର୍ୟନ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଘଟଣା ଚର୍ଚ୍ଚାରେ ଥିବା ବେଳେ ନୋରା ଫତେହୀ ଓ ଜ୍ୟାକସିନଙ୍କୁ ମିଳିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍‌। ୨୦୦କୋଟିର ଠକେଇ ମାମଲାରେ ପୂର୍ବରୁ ଜ୍ୟାକଲିନଙ୍କ ନାମ ଉଠିଥିବା ବେଳେ ଏବେ ନୋରା ମଧ୍ୟ ଏଥିରେ ସାମିଲ ଥିବା ଜଣା ପଡ଼ିଛି। ଆର୍ଥିକ ଅନିୟମତିତା ମାମଲାରେ ସମନ୍‌ ଜାରି ହେବା ପରେ ଗୁରବାର ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମନି ଲଣ୍ଡ୍ରିଂ କେସ୍‌କୁ ନେଇ ଇଡି ସମନ୍‌ କରିଥିବା ସୂଚନା ମିଳିଛି।
କହି ରଖୁଛୁ ଯେ, ୨୦୦କୋଟି ଠକେଇ ମାମଲାରେ ଗିରଫ ହୋଇ ଅଭିଯୁକ୍ତ ସୁକେଶ ଶେଖର ଓ ତାଙ୍କ ସହଯୋଗୀ ଲୀନା ମାରିଆ ପଲ ତିହାର ଜେଲ୍‌ରେ ଅଛନ୍ତି। ସେମାନେ ସ୍ବାସ୍ଥ୍ୟ ଉଦ୍ୟୋକ୍ତା ଶିଭିନ୍ଦର ସିଂଙ୍କ ଠାରୁ ୨୦୦କୋଟି ଠକେଇ କରିଥିଲେ। ତେବେ ଏହି ଘଟଣାରେ ନୋରା ଓ ଜ୍ୟାକଲିନଙ୍କ କ’ଣ ସମ୍ବନ୍ଧ ରହିଛି ଜାଣିବାକୁ ଇଡି ସମନ ଜାରି କରିଥିବା ଜଣାପଡ଼ିଛି।

Share