Advertisement
Categories: ବାଣିଜ୍ୟ

ସୁପ୍ରିମକୋର୍ଟଙ୍କୁ ଇଡିର ପ୍ରତିଶ୍ରୁତି; ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ହେବନି

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛି। ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟ ଖଣ୍ଡପୀଠକୁ କହିଛନ୍ତି ଯେ, ଇଡି ଚନ୍ଦାଙ୍କ ବିରୋଧରେ ଜୋର ଜବର ଦସ୍ତି ଭାବେ କିଛି କାର୍ଯ୍ୟାନୁଷ୍ଠାନ ନେବ ନାହିଁ। ଜଷ୍ଟିସ ଏସ୍‌.କେ.କୌଲ, ଜଷ୍ଟିସ ଦିନେସ ମାହେଶ୍ୱରୀ ଏବଂ ଜଷ୍ଟିସ ହୃଷିକେଶ ରୟ ଏହି ମାମଲାର ଶୁଣାଣି କରୁଛନ୍ତି। ଚନ୍ଦାଙ୍କ ବିରୋଧରେ ଏବେ ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ ହେଉଛି। ସେ ସିଇଓ ଥିବା ବେଳେ ଅନୁକମ୍ପା ଦେଖାଇ ଭିଡିଓକନ ଇଣ୍ଡଷ୍ଟ୍ରିଜକୁ ଋଣ ମଞ୍ଜୁର କରିଥିବା ଅଭିଯୋଗ ଆସିଛି। ଭିଡ଼ିଓକନ୍‌ ଗ୍ରୁପକୁ ଋଣ ଯୋଗାଣ ପରେ ଏହାର ଲାଭ ଚନ୍ଦାଙ୍କ ସ୍ବାମୀ ଦିପକ କୋଚ୍ଚର ପାଇଛନ୍ତି ବୋଲି ତଦନ୍ତକାରୀ ଏଜେନ୍ସିଗୁଡିକ କହିଛନ୍ତି। ଦିପକ କୋଚ୍ଚର ବର୍ତ୍ତମାନ ହାଜତରେ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share