ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ଯାଁଳା,୧୭ା୧୦(ଡି.ଏନ୍‌.ଏ.): ସରକାର ଶିକ୍ଷାର ବିକାଶ ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାରେ ଲାଗିପଡିଛନ୍ତି। ବିଦ୍ୟାଳୟକୁ ସ୍ମାର୍ଟରେ ରୂପାନ୍ତରଣ କରି ପିଲାଙ୍କ ପାଠପଢା ସ୍ମାର୍ଟ କରାଉଛନ୍ତି। ହେଲେ ଜଟଣୀ ବ୍ଲକ ମୁଣ୍ଡମୁହାଣ କୃଷ୍ଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଏହାର ବାସ୍ତବ ରୂପ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପୂର୍ବରୁ ବିଦ୍ୟାଳୟରେ ପ୍ରାଥମିକ ସ୍ତରରେ ୩ ଶିକ୍ଷକ, ହେଡ୍‌ମାଷ୍ଟର, ୪ର୍ଥରୁ ୫ମ ପର୍ଯ୍ୟନ୍ତ ୬ ଶିକ୍ଷକ, ହେଡ୍‌ମାଷ୍ଟର ଏବଂ ୮ମରୁ ୧୦ମ ପର୍ଯ୍ୟନ୍ତ ୭ ଶିକ୍ଷକ, ହେଡ୍‌ ମାଷ୍ଟର, ଜଣେ କିରାଣି ଓ ୩ ପିଅନ ଥିଲେ। ପରେ ସରକାର ସମସ୍ତ ସ୍ତରକୁ ମିଶାଇ ଗୋଟିଏ ବିଦ୍ୟାଳୟରେ ପରିଣତ କରିଦେଲେ। ମୁଣ୍ଡମୁହାଣ କୃଷ୍ଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରରେ ୧ମରୁ ୮ମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୧୧ ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ୭ ଶିକ୍ଷକ ଅଛନ୍ତି। ୯ମ ଓ ୧୦ମ ପାଇଁ ମାତ୍ର ୪ ଶିକ୍ଷକ ଥିବାବେଳେ ୩ ପିଇଟି ଶିକ୍ଷକ ଅଛନ୍ତି। ପିଇଟି ଶିକ୍ଷକଙ୍କ ପାଠପଢ଼ାକୁ ପିଲାମାନେ ବେଳେବେଳେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିସହ ସଂସ୍କୃତ ଶିକ୍ଷକ ନ ଥିବାରୁ ପିଲାଙ୍କୁ ସଂସ୍କୃତ ପଢ଼ିବାରେ କଷ୍ଟକର ହେଉଛି। ସେହିଭଳି ଗଣିତ ଓ ବିଜ୍ଞାନ ପାଠପଢ଼ାରେ ସମାନ ସ୍ଥିତି ଉପୁଜିଛି। ଇତିମଧ୍ୟରେ ସ୍କୁଲରୁ ୬ ଜଣ ଶିକ୍ଷକ ବଦଳି ହୋଇଗଲେଣି। କିନ୍ତୁ ବଦଳି ପରେ ଏଠାକୁ ଅନ୍ୟ ଶିକ୍ଷକଙ୍କୁ ପଠାଯାଉନାହିଁ। ଶିକ୍ଷକ ଅଭାବରୁ ପିଲାମାନେ ଠିକ୍‌ ଶିକ୍ଷାଲାଭ ପାଇପାରୁନାହାନ୍ତି। ଏନେଇ ଡିଇଓଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରାଯିବା ପରେ ସେ ଫୋନ ଉଠାଇଥିଲେ। ଖୁବ୍‌ଶୀଘ୍ର ବିଦ୍ୟାଳୟକୁ ଶିକ୍ଷକ ଦିଆଯିବ ବୋଲି ସେ କହିଥିଲେ।

Share