ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ କୋଚିଂ କ୍ଷେତ୍ରରେ ଛାତ୍ରୀମାନଙ୍କର ଅନ୍ତର୍ଭୁକ୍ତି ଏବଂ ସଶକ୍ତୀକରଣ ପାଇଁ ଏକ ବୃହତ ଅଭିଯାନର ମଧ୍ୟ ଆୟୋଜନ କରୁଛି। ଏଥିରେ ୨୦୦୦ ବଞ୍ଚତ୍ତ ଓ ଛାତ୍ରମାନଙ୍କୁ (୮ମରୁ ଦ୍ୱାଦଶ ପର୍ଯ୍ୟନ୍ତ) ମାଗଣାରେ ଏନ୍ଇଇଟି ଏବଂ ଜେଇଇ କୋଚିଂ ଓ ସ୍କଲାରଶିପ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଏପରିକି ସମଗ୍ର ଦେଶରେ ଏକ ସମୟରେ ୪୫ଟି ସ୍ଥାନରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏରୋସିଟିସ୍ଥିତ ଜେଡବ୍ଲ୍ୟୁ ମାରିଅଟ ହୋଟେଲ ପରିସରରେ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆକାଶ ବାଇଜୁସ୍ର ଚେୟାରମ୍ୟାନ ଜେ.ସି. ଚୌଧୁରୀ,ଏମ୍ଡି ଆକାଶ ଚୌଧୁରୀ ଏବଂ ସିଇଓ ଅଭିଷେକ ମାହେଶ୍ୱରୀଙ୍କ ସମେତ ଅନୁଷ୍ଠାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ନଭେମ୍ବର ୫ରୁ ୧୩ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଇନ୍ଷ୍ଟିଚ୍ୟୁଟର ଛାମୁଆ ସ୍କଲାରଶିପ ପରୀକ୍ଷା ‘ଆକାଶ ବାଇଜୁସ୍ ଜାତୀୟ ଟାଲେଣ୍ଟ ହଣ୍ଟ ଏକ୍ଜାମ-୨୦୨୨’ (ଆନ୍ଥେ- ୨୦୨୨) ହେବ। ଉକ୍ତ ପରୀକ୍ଷାରୁ ଶ୍ରେଷ୍ଠ ୨୦୦୦ ଛାତ୍ରୀଛାତ୍ରଙ୍କୁ ସ୍ବତନ୍ତ୍ର ଭାବେ ବିବେଚନା ଆଧାରରେ ଆକାଶ ବାଇଜୁସ୍ର ସବୁଠାରୁ ଆକାଂକ୍ଷିତ ଏନ୍ଇଇଟି ଏବଂ ଆଇଆଇଟି-ଜେଇଇ ପାଠ୍ୟକ୍ରମ ମାଗଣାରେ କୋଚିଂ ଦିଆଯିବ।
ଏ ସମ୍ପର୍କରେ ଆକାଶ ବାଇଜୁସ୍ର ମ୍ୟାନେଜିଂ ଡାଇରେକ୍ଟର ଆକାଶ ଚୌଧୁରୀ କହିଛନ୍ତି, ‘ଏହି କ୍ଷେତ୍ରରେ ଦୀର୍ଘକାଳ ଧରି ରହିଥିବା ଦୃଷ୍ଟିରୁ ଆମେ ଲକ୍ଷ୍ୟ କରୁଛୁ ଯେ ଆମ ଦେଶରେ କେବଳ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ଆଶା ଆକାଂକ୍ଷା ବୃଦ୍ଧି ପାଉଛି।